Latest Odisha News

BREAKING NEWS

ସେରମ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ : କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିଲେ ବି ଏଠାରେ ଥିବା ଟିକା ଉତ୍ପାଦନ ୟୁନିଟ ଓ ଟିକା ସଂରକ୍ଷଣ ୟୁନିଟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍‌ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଏଠାରେ ଥିବା ସେରମର ନୂଆ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ଗୋଟିଏ ଏନଡିଆରଏଫ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ, ବିଦ୍ୟୁତ୍ ସର୍ଟ ସିର୍କିଟ ଯୋଗୁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ଘଟଣା ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ଶୋକ ପ୍ରକାଶ କରିଛନ୍ତି। ତେବେ କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ ବୋଲି କହିଛନ୍ତି ପୁନାଓ୍ବାଲା ।

Leave A Reply

Your email address will not be published.