Latest Odisha News

BREAKING NEWS

ନଷ୍ଟ ହେଉଛି ଡୋଜ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ସଚେତନତା ପୋଷ୍ଟର 

ନୂଆଦିଲ୍ଲୀ : ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଯେଉଁଥିପାଇଁ ଡୋଜ ନଷ୍ଟ ହେବାରେ ଲାଗିଛି  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି  

ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଜି ଟିକା ନେବା ସମ୍ପର୍କିତ ସଚେତନତା ପୋଷ୍ଟର ଜାରି କରିଛନ୍ତି କିଭଳି ଅଧିକ ଲୋକ ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବେ ସେନେଇ ପୋଷ୍ଟରରେ ସଚେତନତା ବାର୍ତ୍ତା ରହିଛି  

ଟିକାର ଗୋଟିଏ ଛୋଟ ଶିଶିରେ 10 ଜଣଙ୍କ ପାଇଁ ଡୋଜ୍ ରହିଥାଏ ଶିଶି ଖୋଲା ଯିବା ପରେ ଏଥିରେ ଥିବା ଡୋଜ୍ ଶୀଘ୍ର ସରିବା ଆବଶ୍ୟକ ଏହାର ପ୍ରଭାବ 4 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ପରେ ଏହା ଖରାପ ହୋଇଯିବାର ଆଶଙ୍କା ରହିଥାଏ । 

ପଞ୍ଜିକରଣ ତୁଳନାରେ କମ୍ ସଂଖ୍ୟକ ଲୋକ ଟିକା ନେବାକୁ ଆସୁଥିବାରୁ ଶିଶିରେ ଥିବା ଡୋଜ ନଷ୍ଟ ହେଉଛି । ଟିକା କେନ୍ଦ୍ରକୁ 55 ପ୍ରତିଶତ ଲୋକ ଆସୁଥିବା ବେଳେ ଅନ୍ୟ ପଞ୍ଜିକରଣକାରୀ ଆସୁନାହାନ୍ତି । ପ୍ରତି କେନ୍ଦ୍ରରେ ଦିନ ପିଛା 100 ଜଣଙ୍କୁ ଟିକାଦାନ ଲାଗି ଡକାଯାଉଛି । ତେବେ 45ରୁ ଅଧିକ ଲୋକ କେନ୍ଦ୍ରକୁ ଆସୁନଥିବା ଜଣାପଡିଛି । ବିହାର, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଆସାମରେ ଏଭଳି ଘଟଣା ଅଧିକ ଘଟୁଥିବା କୁହାଯାଉଛି ।    

 

Leave A Reply

Your email address will not be published.