Latest Odisha News

BREAKING NEWS

ନଷ୍ଟ ହେଉଛି ଡୋଜ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ସଚେତନତା ପୋଷ୍ଟର 

ନୂଆଦିଲ୍ଲୀ : ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି । ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଯେଉଁଥିପାଇଁ ଡୋଜ ନଷ୍ଟ ହେବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । 

ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଜି ଟିକା ନେବା ସମ୍ପର୍କିତ ସଚେତନତା ପୋଷ୍ଟର ଜାରି କରିଛନ୍ତି । କିଭଳି ଅଧିକ ଲୋକ ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବେ ସେନେଇ ପୋଷ୍ଟରରେ ସଚେତନତା ବାର୍ତ୍ତା ରହିଛି । 

ଟିକାର ଗୋଟିଏ ଛୋଟ ଶିଶିରେ 10 ଜଣଙ୍କ ପାଇଁ ଡୋଜ୍ ରହିଥାଏ । ଶିଶି ଖୋଲା ଯିବା ପରେ ଏଥିରେ ଥିବା ଡୋଜ୍ ଶୀଘ୍ର ସରିବା ଆବଶ୍ୟକ । ଏହାର ପ୍ରଭାବ 4 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ପରେ ଏହା ଖରାପ ହୋଇଯିବାର ଆଶଙ୍କା ରହିଥାଏ । 

ପଞ୍ଜିକରଣ ତୁଳନାରେ କମ୍ ସଂଖ୍ୟକ ଲୋକ ଟିକା ନେବାକୁ ଆସୁଥିବାରୁ ଶିଶିରେ ଥିବା ଡୋଜ ନଷ୍ଟ ହେଉଛି । ଟିକା କେନ୍ଦ୍ରକୁ 55 ପ୍ରତିଶତ ଲୋକ ଆସୁଥିବା ବେଳେ ଅନ୍ୟ ପଞ୍ଜିକରଣକାରୀ ଆସୁନାହାନ୍ତି । ପ୍ରତି କେନ୍ଦ୍ରରେ ଦିନ ପିଛା 100 ଜଣଙ୍କୁ ଟିକାଦାନ ଲାଗି ଡକାଯାଉଛି । ତେବେ 45ରୁ ଅଧିକ ଲୋକ କେନ୍ଦ୍ରକୁ ଆସୁନଥିବା ଜଣାପଡିଛି । ବିହାର, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଆସାମରେ ଏଭଳି ଘଟଣା ଅଧିକ ଘଟୁଥିବା କୁହାଯାଉଛି ।    

 

Comments are closed.