Latest Odisha News

BREAKING NEWS

ଅନ୍ଧବିଶ୍ବାସର ଅନ୍ଧଗଳିରେ ହଜିଛି ସମାଜ, ମନକୁ ମନ ଜଳିଯାଉଛି ଘର, ଗୁଣି ଗାରେଡି ସନ୍ଦେହ

ଯାଜପୁର: ବିଜ୍ଞାନ ଯେତେ ଆଗଉ ନା କାହିଁକି ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ରହିଛି ସମାଜ । ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଘଟୁଛି ଆକସ୍ମିକ ଘଟଣା । ଚାହୁଁ ଚାହୁଁ ଲାଗି ଯାଉଛି ନିଆଁ । ଘରର କବାଟ ,ଝରକା ଠାରୁ ଆରମ୍ଭ କରି ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ରେ ଲାଗୁଛି ନିଆଁ । ଏହି ଆକସ୍ମିକ ଅଗ୍ନିକାଣ୍ଡକୁ ନେଇ ଏବେ ପରିବାର ଲୋକେ ଚିନ୍ତାରେ । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ଏହା ଏକ ଭୌତିକ କାଣ୍ଡ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁର ସୁବାସ ଚନ୍ଦ୍ର ସାହୁ ଓ ଗୋପାଳ ଚନ୍ଦ୍ର ସାହୁଙ୍କ ଘରେ ଗତ କିଛି ଦିନ ଧରି ଏଭଳି ଘଟଣା ଘଟୁଛି । ବିନା କାରଣରେ ଘରେ ଅଚାନକ ନିଆଁ ଲାଗି ସବୁ ଜଳିପୋଡି ପାଉଁଶ ହୋଇଯାଉଛି । ଯେଉଁଥିପାଇଁ ପରିବାର ଲୋକେ ଭୋକ ଉପବାସରେ ପଡି ରହିଛନ୍ତି । ତେବେ ଏହା ଏକ ଭୌତିକ କାଣ୍ଡ ବୋଲି କୁହାଯାଉଥିବା ବେଳେ ଉଥିରୁ ମୁକ୍ତି ପାଇଁ ପରିବାର ଲୋକେ ଗୁଣିଆଙ୍କ ସହାୟତା ନେଇଥିଲେ । ମାତ୍ର କୌଣସି ସୁଫଳ ମିଳୁନଥିବାରୁ ଏବେ ଚିନ୍ତାରେ ପୁରା ପରିବାର ।

ତେବେ ଦିନ ରାତି ସବୁ ବେଳେ ଏହି ନିଆଁ ଲାଗି ରହୁଛି । ଲିଭାଇବା ପରେ ମଧ୍ୟ କେତେବେଳେ କେଉଁଠି ଲାଗୁଛି ତାର କୌଣସି ଠିକଣା ନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣା ପଡ଼ୁନଥିବା ବେଳେ ନିଆଁକୁ ଆୟତ କରିବାକୁ ଆସିଥିବା ଦମକଳ ବାହିନୀ ମଧ୍ୟ ବିଫଳ ହୋଇଛି । ବିଜ୍ଞାନ ଯୁଗରେ ଆଜି ବି ଏଭଳି ଗୁଣି ଗାରେଡିକୁ ବିଶ୍ୱାସ କରିବାକୁ ପଡୁଛି । ସେଥିପାଇଁ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜାଣିବା ସହିତ କିଭଳି ଏହି ନିଆଁକୁ ଆୟତ୍ତ କରାଯିବ ସେଦିଗରେ ପଦକ୍ଷପ ନେବା ନିହାତୀ ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.