Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ଵାଇଁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଏକକାଳୀନ ତିନୋଟି ଜାଗାରେ ରେଡ କରୁଛି ଭିଜିଲାନ୍ସ ଟିମ ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କୁ କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରଦାନ କରିବା ପାଇଁ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ୮୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ବାବଦକୁ ୮୦୦୦ ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା ।

ଯାଞ୍ଚ ବେଳେ ଅଫିସ୍‌ରେ ଶ୍ରୀଯୁକ୍ତ ସ୍ଵାଇଁଙ୍କ ଠାରୁ ୫୫୦୦ ଟଙ୍କା ଓ ଅଫିସ୍ ଡ୍ରରୁ ୧୪ ହଜାର ୯୯୦ ଟଙ୍କା ଠାବ ହୋଇଛି । ଭିଜିଲାନ୍ସ ସେହି ସବୁ ଟଙ୍କା ମଧ୍ୟ ଜବତ କରି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଶୁଭାକନ୍ତ ସ୍ୱାଇଁଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି । ଏହି ଘଟଣା ନେଇ ଭୁବନେଶ୍ୱର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.