ଝାରସୁଗୁଡା: ସୋମବାର ସକାଳେ ଝାରସୁଗୁଡାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମ୍ରେ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକମାନେ ସକାଳେ ଏଟିଏମ୍ରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅଗ୍ନିଶମ ସେବାକୁ ଜଣାଇଥିଲେ।
ଖବର ପାଇ ଅଗ୍ନିଶମ ସେବା ଏବଂ ସୁରକ୍ଷା ଦଳ ଘଟଣାସ୍ଥଳକୁ ଯାଇ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡକୁ ବର୍ତ୍ତମାନ ନିୟନ୍ତ୍ରଣ କରାଯାଇଥିବା ବେଳେ କୌଣସି କ୍ଷୟକ୍ଷତି କିମ୍ବା ଆହତଙ୍କ ରିପୋର୍ଟ ନାହିଁ।

Comments are closed.