Latest Odisha News

BREAKING NEWS

ସାଇବର ଠକଙ୍କ ଯୋଜନା ପଣ୍ଡ, ୭ ନକଲି ହୋଟେଲ ୱେବସାଇଟ୍ ବନ୍ଦ କଲା ପୋଲିସ

ଭୁବନେଶ୍ୱର: ସାବାଡ ହେଲେ ସାଇବର ଲୁଟେରା। ରଥଯାତ୍ରାରେ ସାଇବର ଠକଙ୍କୁ ମିଳିଛି ବଡ଼ ଝଟକା। ସାଇବର ଠକଙ୍କ ଯୋଜନା ପଣ୍ଡ କଲା ପୋଲିସ। ୭ ନକଲି ହୋଟେଲ ୱେବସାଇଟ୍ ହେଲା ବନ୍ଦ। ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ସୁଯୋଗ କରି ସକ୍ରିୟ ହୋଇଥିଲେ ସାଇବର ଠକ। ନକଲି ହୋଟେଲ ବୁକିଂ ୱେବସାଇଟ୍ ତିଆରି କରି ଭକ୍ତଙ୍କୁ ଠକିବାର ଚକ୍ରାନ୍ତ ଚାଲିଥିବା ବେଳେ ସମୟ ପୂର୍ବରୁ ସକ୍ରିୟ ହୋଇଛି ଓଡ଼ିଶା ପୋଲିସ।

ସାଇବର ସୁରକ୍ଷା ଟିମ୍ ୭ଟି ନକଲି ୱେବସାଇଟ୍‌କୁ ବନ୍ଦ କରିବା ସହ ପୁରୀର ୬ଟି ପ୍ରମୁଖ ହୋଟେଲର ୱେବସାଇଟ୍ ଯାଞ୍ଚ କରି ସୁରକ୍ଷା ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛି। ରଥଯାତ୍ରା ଅବସରରେ ସାଇବର ସେଫ୍ଟି ଆଣ୍ଡ ରେସ୍ପନ୍ସ ଟିମ୍ ପୁରୀରେ ବ୍ୟାପକ ସଚେତନତା ଅଭିଯାନ ଚଳାଇଛି। ହୋଟେଲ ମାଲିକ, ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ ନକଲି ବୁକିଂ ଲିଙ୍କ୍, ଫିସିଂ ୱେବସାଇଟ୍ ଏବଂ ଅନ୍ୟାନ୍ୟ ସାଇବର ଠକେଇ ସମ୍ପର୍କରେ ସଚେତନ କରାଯାଇଛି। ଏହି ଅଭିଯାନରେ ୧,୨୯୦ରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସାଇବର ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ସହ ସଚେତନତା ପତ୍ର ବାଣ୍ଟିଛି ପୋଲିସ।

ସେହିପରି ହଜିଯାଇଥିବା ୪ଟି ମୋବାଇଲ ଫୋନ୍ ସମ୍ପର୍କିତ ଅଭିଯୋଗ CEIR ପୋର୍ଟାଲରେ ପଞ୍ଜୀକୃତ କରାଯାଇଛି । କେବଳ ସଠିକ୍ ୱେବସାଇଟ୍ ମାଧ୍ୟମରେ ହୋଟେଲ ବୁକିଂ କରିବା, ସନ୍ଦେହଜନକ ଲିଙ୍କ୍‌ରେ କ୍ଲିକ୍ ନ କରିବା ଏବଂ କୌଣସି ସାଇବର ଠକେଇର ସନ୍ଦେହ ହେଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ଅନୁରୋଧ କରିଛି ଓଡ଼ିଶା ପୋଲିସ ।

Comments are closed.