Latest Odisha News

BREAKING NEWS

ଭୟଙ୍କର ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର 

ରାଇରଙ୍ଗପୁର: ଲେବର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଲେବର ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନାହିଁ । ନିଆଁ ଲିଭାଇବା କାର୍ଯ୍ୟରେ 2ଟି ଦମକଳ ଗାଡି ମୁତୟନ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Comments are closed.