Latest Odisha News

BREAKING NEWS

ଫୋନ ଭୂତ ଫିଲ୍ମ ଶୁଟିଂରେ ବ୍ୟସ୍ତ କ୍ୟାଟ୍ରିନା,ସିଦ୍ଧାନ୍ତ

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚର୍ତୁବେଦୀ ଓ ଈଶାନ ଖଟ୍ଟର ଅଭିନୀତ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଗୁରୁବାର ଶୁଟିଂ ସେଟରୁ ଏହି ୩ କଳାକାରଙ୍କ ଫଟୋ ସମ୍ମୁଖକୁ ଆସିଛି । ଇଟାଇମ୍ସ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି । ସିଦ୍ଧାନ୍ତ ଓ ଈଶାନ ବ୍ଲୁ ଜମ୍ପସୁଟ ପିନ୍ଧିଥିବା ବେଳେ କ୍ୟାଟ୍ରିନା କୈଫ ଗ୍ଲାମରସ ଲୁକରେ ଥିଲେ ।

ଗୁରମିତ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଫରହାନ ଅଖତାର ଓ ରିତେଶ ସିଦ୍ଧୱାନୀଙ୍କ ବ୍ୟାନର ଏକ୍ସେଲ ଏଟଂରଟେନମେଂଟ ଫିଲ୍ମକୁ ପ୍ରଡ୍ୟୁସ କରୁଛି । ଏହା ଏକ ଭୌତିକ କାହାଣୀ ଉପରେ ଆଧାରିତ । କ୍ୟାଟ୍ରିନା ଏହି ଫିଲ୍ମ ବ୍ୟତୀତ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରୁଛନ୍ତି । ସେହିପରି ଶୁକନ ବାତ୍ରାଙ୍କ ଏକ ଫିଲ୍ମରେ ଦୀପିକା ପାଦୁକୋନ ଓ ଅନନ୍ୟା ପାଣ୍ଡେଙ୍କ ସହ ଏକତ୍ର କାମ କରୁଛନ୍ତି ।

Leave A Reply

Your email address will not be published.