Latest Odisha News

ରୁଷ-ୟୁକ୍ରେନ ଯୁଦ୍ଧ: କାହାକୁ ଅସ୍ତ୍ର ଦେବନି ଚୀନ

ବେଜିଂ: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ସହଯୋଗ କରୁଥିବା ବେଳେ ରୁଷ ସପକ୍ଷରେ ଚୀନ ବାହାରିବା ନେଇ ଆଲୋଚନା ଜୋର ଧରିଥିଲା । ଏପରିକି ରୁଷକୁ ଚୀନ ଅସ୍ତ୍ର ଶସ୍ତ୍ର ଯୋଗାଇବ ବୋଲି ଖବର ପ୍ରକାଶ ପାଇଥିଲା । ଶନିବାର ଚୀନର ବୈଦେଶିକ ମନ୍ତ୍ରୀ କିନ ଗୌଙ୍ଗ କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି । ରୁଷକ କିମ୍ବା ୟୁକ୍ରେନ କାହାକୁ ଚୀନ ଅସ୍ତ୍ର ଶସ୍ତ୍ର ବିକ୍ରି କରିବ ନାହିଁ । ଆମେ ନିରପେକ୍ଷ ରହିବୁ ବୋଲି ସେ ଚୀନ ପକ୍ଷରୁ ଘୋଷଣା କରିଛନ୍ତି । ଅବଶ୍ୟ ଚୀନ ପୂର୍ବରୁ ରୁଷ ସପକ୍ଷରେ ବାହାରି ଅନେକ ବୟାନବାଜି କରିଛି ।

BjdElectrycity

ଚୀନର ଘୋଷଣା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ଚୀନ ଲୁଚେଇକରି ରୁଷିଆକୁ ସହଯୋଗ କରୁଛି ବୋଲି ୟୁକ୍ରେନର କେତେକ ମିଡିଆ ସଂସ୍ଥା ଅଭିଯୋଗ ଆଣିଛନ୍ତି । ରକ୍ଷା ବିଶେଷଜ୍ଞଙ୍କ ମତରେ ଆମେରିକା କିମ୍ବା ଚୀନ ସିଧାସଳଖ ରୁଷ-ୟୁକ୍ରେନ ଯୁଦ୍ଧରେ ମୁଣ୍ଡ ପୂରାଇବାକୁ ଚାହୁଁ ନାହାନ୍ତି । ଏହା ଦ୍ୱାରା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.