Latest Odisha News

BREAKING NEWS

ବିଗ ବସ ସେଟରେ ଅଗ୍ନିକାଣ୍ଡ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁ ହୋଷ୍ଟ କରୁଥିବା ଟିଭି ଶୋ ବିଗ ବସ ସେଟରେ ରବିବାର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପଂହଚି ଏହାକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ମୁମ୍ବାଇର ଗୋରେଗାଁରେ ଏହି ସେଟ ପ୍ରସ୍ତୁତ କରାଯାଇଥିଲା । ଲେଭଲ୧ରେ ଘଟିଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ଗତ ମାସରେ ବିଗ ବସ-୧୫ ଶେଷ ହୋଇଯାଇଥିବାରୁ ଅଳ୍ପ କେତେଜଣ କର୍ମଚାରୀଙ୍କ ବ୍ୟତୀତ ଏଠାରେ କେହି ନ ଥିଲେ । ବିଗବସର ଏହି ସଂସ୍କରଣରେ ତେଜସ୍ୱୀ ପ୍ରକାଶ ବିଜେତା ହୋଇଛନ୍ତି । ତେବେ ବିଧିବଦ୍ଧ ଭବେ କଣ କ୍ଷୟକ୍ଷତି ଘଟିଛି ସେ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇପାରି ନାହିଁ ।

Comments are closed, but trackbacks and pingbacks are open.