Latest Odisha News

BREAKING NEWS

ଶ୍ରୀଲଙ୍କାର ଦାଦାଗିରି, ୨ଟି ବୋଟ ସହ ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ନୌସେନା

ଚେନ୍ନାଇ: ଶ୍ରୀଲଙ୍କା ନୌସେନାଙ୍କ ଦାଦାଗିରି । ରାମେଶ୍ୱରମ ଉପକୂଳରୁ ୨ଟି ବୋଟ୍ ସହ ୧୨ ଜଣ ଭାରତୀୟଙ୍କୁ ଗିରଫ କଲା ଶ୍ରୀଲଙ୍କା ସେନା । ୧୨ ଜଣ ଭାରତୀୟଙ୍କୁ ଗିରଫ କରି ଶ୍ରୀଲଙ୍କା ଜେଲରେ ରଖାଯାଇଥିବା ସୂଚନା ରହିଛି । ଶନିବାର ଏହି ଘଟଣା ଘଟିଥିବା ନେଇ ତାମିଳନାଡ଼ୁ ସରକାର ସ୍ପଷ୍ଟ କରିଛନ୍ତି ।

ଶନିବାର ରାମେଶ୍ୱରମ ଉପକୂଳ ସମୁଦ୍ର ଭିତରକୁ ପ୍ରାୟ ୪ଶହ ମୋଟର ବୋଟରେ ୧୨ ଶହ ମତ୍ସଜୀବୀ ମାଛ ଧରିବାକୁ ଯାଇଥିଲେ । ସେହି ସମୟରେ ପାଟ୍ରୋଲିଂ କରୁଥିବା ଶ୍ରୀଲଙ୍କାର ନୈସେନା ସେମାନଙ୍କୁ ଅନ୍ତର୍ଜାତୀୟ ଜଳ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରି ୨ଟି ବୋଟ ଜବତ କରି ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲେ । ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନେଇ ଜେଲରେ ରଖିଥିବା ଜଣାପଡ଼ିଛି ।

ଗିରଫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି ମତ୍ସ୍ୟଜୀବୀ ସଂଘର କାର୍ୟ୍ୟକର୍ତ୍ତା ।

Comments are closed, but trackbacks and pingbacks are open.