Latest Odisha News

BREAKING NEWS

ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ ଫାୟାର ଷ୍ଟେସନ ଗଠନ ହୋଇଛି । ଉପର ବାଲିଯାତ୍ରା ପଡିଆସ୍ଥିତ ମନ୍ଦିର, ଓରମାସ, ତଳ ବାଲିଯାତ୍ରା ପଡିଆସ୍ଥିତ ଟ୍ରାନ୍ସଫର୍ମର ଓ ପାର୍କିଂ ଅଞ୍ଚଳ ଏବଂ ୫ମଟି ଡିସିପି ଅଫିସ ନିକଟରେ ନିର୍ମିତ ହୋଇଛି ।

BjdElectrycity

ପାଣିଯୋଗାଣପାଇଁ ୪ଟି ପମ୍ପ ଲଗାଯାଇଛି । ଗଡ଼ଖାଇରୁ ୧ଟା ଓ ମହାନଦୀରୁ ଅନ୍ୟ ୩ଟି ପମ୍ପ ଯୋଗେ ପାଣି ଆଣିବାକୁ ବନ୍ଦୋବସ୍ତ କରାଯାଇଛି । ପ୍ରତ୍ୟେକ ଉଦ୍ଧାରକାରୀ ଦଳକୁ ଗୋଟିଏ ଲେଖାଏଁ ପାଓ୍ୱାର ବୋଟ୍ ଦିଆଯାଇଛି । ପ୍ରତି ଉଦ୍ଧାରକାରୀ ଦଳରେ ୬ଟି ଲାଇଫ୍ ଜ୍ୟାକେଟ୍ ସହିତ ୨ଜଣ ଉଦ୍ଧାରକର୍ତ୍ତା, ଗୋଟିଏ ସ୍କୁବା ସେଟ୍ ଓ ଗୋଟିଏ କାରାମେଣ୍ଟାଲ ରଶି ଦିଆଯାଇଛି ।

ସେହିପରି ୫୦ଟି ଫାୟାର ପୋଷ୍ଟ ମଧ୍ୟ ନିର୍ମିତ ହୋଇଛି । ସେଥିରୁ ୧୦ଟି ଉପର ବାଲିଯାତ୍ରା ପଡିଆ ଓ ୪୦ଟି ତଳ ବାଲିଯାତ୍ରା ପଡିଆ ନିକଟରେ ନିର୍ମିତ ହୋଇଛି । ପ୍ରତି ପୋଷ୍ଟ ପାଇଁ ୨ଜଣ ଅଗ୍ନିଶମ କର୍ମଚାରୀ ରହିବେ । ୨ଟି କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ହୋଇଛି । ସମଗ୍ର ଅଗ୍ନିସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝି ଓ ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର । ଏଡିଜିପି(ଫାୟାର ସର୍ଭିସ୍) ଶ୍ରୀମତୀ ଏସ୍ ମିଶ୍ର ସମ୍ପୂର୍ଣ୍ଣ ବ୍ୟବସ୍ଥାର ଇନଚାର୍ଜ ।

 

Leave A Reply

Your email address will not be published.