Latest Odisha News

BREAKING NEWS

ବିନିକା ଅଧ୍ୟକ୍ଷାଙ୍କ ଘରକୁ ଫାୟାରିଂ, ୨୫ ରାଉଣ୍ଡ ଗୁଳି…

ଭୁବନେଶ୍ବର: ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଏବଂ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦଙ୍କ ବାସଭବନରେ ଫାୟାରିଂ ହୋଇଛି।

ଏହି ଘଟଣା ପରେ ବିନିକା ଥାନା ଅନ୍ତର୍ଗତ ସିଂଝିଜୁବା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ପ୍ରାୟ ୨୫ରୁ ୩୦ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଗାଡ଼ିରେ ଗୁଳି ବାଜିଥିଲା ବେଳେ ଘର ଭିତରେ ଏବଂ ବାହାରେ ଅନେକ ଖାଲି କାର୍ଟ୍ରିଜ୍ ମିଳିଥିଲା। ଘଟଣା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.