Latest Odisha News

BREAKING NEWS

ସିନେମା ନୁହେଁ ସତ କାହାଣୀ, ଏସିପି ଫିରୋଜ

ଦିଲ୍ଲୀ: କୌଣସି ଫିଲ୍ମ ଷ୍ଟୋରୀ ନୁହେଁ । ସିନେମାରେ ଦେଖିଥିବା କୌଣସି କାହାଣୀ ବି ନୁହେଁ । ଏହା ହେଉଛି ସମ୍ପୁର୍ଣ୍ଣ ସତ ଘଟଣାଟିଏ । ଏ ହେଉଛି ଜଣେ କନେଷ୍ଟବଳଙ୍କ ସଂଘର୍ଷର କାହାଣୀ । ତାଙ୍କର କଠିନ ପରିଶ୍ରମ ତାଙ୍କ ସ୍ୱପ୍ନ ଆଡକୁ ବାଟ କଢାଇ ନେଇଛି । ଦୀର୍ଘ ୧୦ବର୍ଷ ଧରି ବଡ ବାବୁ ମାନଙ୍କ ପାଖରେ ସଲାମ କରୁଥିବା ଫିରୋଜ ଆଜି ଏସିପି ।

ଦାନିସ୍କ କ୍ୟାଡରରେ ପ୍ରଶିକ୍ଷଣ ନେବାକୁ ଯୋଗ୍ୟ ବିବେଚିତ ହେବା ପରେ ଦାୟିତ୍ୱ ସମ୍ଭାଳିବେ । ଏବେ ଦିଲ୍ଲୀର ଝଡୌଦାରେ ଏପ୍ରିଲ ୧ରୁ ତାଙ୍କର ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ଦହପା ନିବାସୀ ଫିରୋଜ ପୂର୍ବ ଦିଲ୍ଲୀ ପାଣ୍ଡବ ନଗର ପୁଲିସ ଷ୍ଟେସନରେ କାମ କରୁଥିଲେ । ସେଠାରେ ଚାକିରୀ ପାଇବା ପରେ ପଢା ଜାରି ରଖିଥିଲେ ।

ଆଜି ତାଙ୍କର କଠିନ ଅଧ୍ୟବସାୟ ଯୋଗୁ ସେ ଏହି ସ୍ୱପ୍ନ ପୂରଣ କରିପାରିଛନ୍ତି । ଚାକିରୀ ସହିତ ପାଠପଢା ଆଉ ତା ସହିତ UPSC କ୍ଲିଅର କରିଛନ୍ତି ଫିରୋଜ । ୧୦ରୁ ୧୧ ବର୍ଷ ଧରି ଦିଲ୍ଲୀ ପୁଲିସରେ କାମ କରୁଥିବା ଫିରୋଜ ତାଙ୍କର ଏହି ସଫଳତା ନେଇ ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.