Latest Odisha News

BREAKING NEWS

ଅଗଷ୍ଟ ୩୧ ଯାଏ କୋଭିଡ୍ ସାମଗ୍ରୀର ଆମଦାନୀ ଉପରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ : ଜିଏସଟି ପରିଷଦରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି । ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀ ଗୁଡ଼ିକର ଆମଦାନୀ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଏସଟି ପରିଷଦର ସଦସ୍ୟମାନେ ବ୍ଲାକ ଫଙ୍ଗସର ଔଷଧ ଓ ଏହାସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ନ କରିବାକୁ ସହମତି ହୋଇଛନ୍ତି । ଏହି ନିୟମ ମଧ୍ୟ ଅଗଷ୍ଟ ୩୧ ଯାଏ ବଲବତ୍ତର ରହିବ। କିନ୍ତୁ ଭାରତରେ ପ୍ରସ୍ତୁତ ହେଉଥିବା ଟିକା କମ୍ପାନୀ ଗୁଡିକରୁ ରାଜ୍ୟମାନେ କିଣୁଥିବା ଟିକା ଉପରେ ଜିଏସଟି ଛାଡ କରିବାକୁ ଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ସରକାର ।

Leave A Reply

Your email address will not be published.