Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅଲିମ୍ପିକ୍ସ ଆୟୋଜନରେ ସାମିଲ ଥିବା ବାହାର ଦେଶର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

କରୋନା ମହାମାରୀ ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିଥିଲା । ଏବର୍ଷ ବିନା ଦର୍ଶକରେ କଡ଼ା ସୁରକ୍ଷା ଭିତରେ ଆୟୋଜନ ହେଉଛି । କ୍ୱାରେଣ୍ଟାଇନ ନିୟମକୁ ବି କଡ଼ାକଡ଼ି କରାଯାଇଛି । ଅଲିମ୍ପିକ୍ସ ଭିଲେଜରୁ ପ୍ରଥମ କରୋନା କେସ୍ ବାହାରିବା ପରେ ଭୟ ବଢ଼ିଛି ।

Leave A Reply

Your email address will not be published.