Latest Odisha News

BREAKING NEWS

ଓଡିଶାକୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ବିଶ୍ୱରେ ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ସାରିଛି । ସାମ୍ନାକୁ ଆସିଛି ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍‌ ରୋଗୀ ।

ଭୁବନେଶ୍ବର ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ ୯ ଦିନ ତଳେ ଇଟାଲିରୁ ଭାରତ ଫେରିଥିଲେ । ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖ ଦିନ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ ।

ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେବାରୁ ସେ କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦିନ ଧରି ଚିକିତ୍ସିତ ହୋଇ ଆସୁଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ନେ ସ୍ପଷ୍ଟ ହୋଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ରାତି ଅଧରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ଏଭଳି ପରିସ୍ଥିତିକୁ ସଫଳ ଭାବେ ମୁକାବିଲା କରିବା ନେଇ ଡାକ୍ତରମାନଙ୍କ ସହ ଏହି ପ୍ରତିନିଧି ଦଳ ବିଚାରବିମର୍ଶ କରିଥିଲେ । ଏନେଇ ସୋମବାର ସକାଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି।

 

Leave A Reply

Your email address will not be published.