Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ  ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ସିଡ଼ାକ୍ ର ସଦସ୍ୟ ସଚିବ ଶିଶିର କୁମାର ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ) ମାନଗୋବିନ୍ଦ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ନବମ ସାଂସ୍କୃତିକ ସନ୍ଧ୍ୟାରେ ଭାବନୀପାଟଣାର ଧ୍ୟାନନନ୍ଦ ପଣ୍ଡା ଓ ସାଥିଙ୍କ ଦ୍ବାରା ଶିଂଗାରୀ  ନୃତ୍ୟ ଏବଂ ଗଜପତିର ସୁଦାମ ବରଦୋ ଓ ସାଥିଙ୍କ ଦ୍ବାରା ଲାଞ୍ଜିଆ ସୌରା ନୃତ୍ୟ କୋରାପୁଟର କୁଳମଣୀ ଜେନା ଓ ସାଥୀଙ୍କ ଦୁରୁଆ ବିରଲି ନୃତ୍ୟ ଏବଂ ରାୟଗଡାର ଜେ. ସୁକାନ୍ତ ଓ ସାଥିଙ୍କ ଦ୍ବାରା ଢେମ୍ ଶା ନୃତ୍ୟ ପରିବେଷିତ ହୋଇଥିଲା।

ଏହି ଜାତୀୟ ମେଳାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବାପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ମେଳାର ଖାଦ୍ଯ ବଜାରରେ ଅଧିକ ଭିଡ ଦେଖାଯାଉଛି ।

Leave A Reply

Your email address will not be published.