Latest Odisha News

BREAKING NEWS

ଉନ୍ମୋଚିତ ହେଲା ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ‘ପକ୍ଷୀଘର’ ଦ୍ୱାରା ପ୍ରକାଶିତ ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି

ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅଜୟ ସ୍ବାଇଁ, ଶଙ୍କର୍ଷଣ ପରିଡା, ହିରଣ୍ମୟୀ ମିଶ୍ର ଏବଂ ତପନ ମହାପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ନିତିଦିନିଆ ଜୀବନର ଅନେକ ଘଟଣାବଳୀ ସହ ଗାଳ୍ପିକଙ୍କର ପ୍ରତିଟି ଗଳ୍ପ ସାମଞ୍ଜସ୍ୟ ରଖେ ଏବଂ ଜୀବନ ଜିଇଁବାକୁ ଏକ ଭିନ୍ନ ବାଟ ଦେଖାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ଶୃତକୀର୍ତ୍ତି ତ୍ରିପାଠୀ ଓ ଗୋଦାବରୀଶ ମିଶ୍ର ଉନ୍ମୋଚିତ ଗଳ୍ପ ସଙ୍କଳନଟିର ସମୀକ୍ଷା କରିଥିବା ବେଳେ ପ୍ରଣତି ଆଚାର୍ଯ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed, but trackbacks and pingbacks are open.