Latest Odisha News

BREAKING NEWS

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିନ । ଏଥିରେ ପ୍ରଖ୍ୟାତ ବାଲୁକା କଳାକାରମାନେ ଅନନ୍ୟ ସୃଷ୍ଟିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିନରେ ବାଲୁକା ଶିଳ୍ପୀମାନେ ପରିବେଶ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ବାଲୁକାକଳା ପ୍ରସ୍ତୁତ କରିଥିଲେ । ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଆଜି ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାବେଳା ଭୁମିର ବାଲୁକାକଳା ପ୍ରଦର୍ଶନ କୋଣାର୍କର ପରିବେଶକୁ କଳା-ସସ୍କୃତି ମୁଖର କରିଦେଇଛି ବୋଲି ପର୍ଯ୍ୟଟକମାନେ ମତପୋଷଣ କରିଛନ୍ତି । ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ଡ଼. ସଙ୍ଗୀତା ଗୋସାଇଁଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.