Latest Odisha News

BREAKING NEWS

ରାଜଧାନୀରେ ଦୁର୍ଘଟଣାପ୍ରବଣ ୫ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ

ଭୁବନେଶ୍ୱର : ଦ୍ୱେତନଗରୀ ଭୁବନେଶ୍ୱର-କଟକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ୫ଟି ସ୍ଥାନକୁ ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରିଛି ଓଡିଶା ପୋଲିସର ଟ୍ରାଫିକ୍ ୱିଙ୍ଗ ।

ଉକ୍ତ ୫ଟି ବ୍ଲାକ୍ ସ୍ପଟ୍ ମଧ୍ୟରେ ହୋଟେଲ କ୍ରାଉନ୍ ସମ୍ମୁଖ ରାସ୍ତା, ଆଚାର୍ଯ୍ୟ ବିହାର, ପାହାଳ, ବାଟଭୁଆସୁଣୀ ଓ ଆଇଗିଣିଆ ରହିଛି ।

ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୋମବାର ଦିନ କଟକ-ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକୁ ଚିହ୍ନଟଚରିବା ସହ ରାସ୍ତାରେ ସ୍ପଡ୍ ବ୍ରେକର୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ବାରମ୍ବାର ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ ।

ଏହି ୫ଟି ବ୍ଲାକ୍ ସ୍ପଟ୍ ବ୍ୟତିତ ନିୟମିତ ଅନ୍ତରାଳେ ଦୁର୍ଘଟଣା ଘଟୁଥିବା ରାସ୍ତା ଗୁଡିକର ଚିହ୍ନଟ ଲାଗି ପ୍ରୟାସ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।

ଦୁର୍ଘଟଣା ରୋକିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ରାଡାର ସ୍ପିଡ୍ ସଙ୍କେତ ଏବଂ ଅଧିକ ଇଣ୍ଟରସେପ୍ଟର୍ ଲଗାଯିବ ।

Leave A Reply

Your email address will not be published.