Latest Odisha News

BREAKING NEWS

ଓଡିଶା ପୋଲିସ ପକ୍ଷରୁ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ: ଡିଜିପି

ଭୁବନେଶ୍ୱର : ଜୁଲାଇ ୪ ତାରିଖରେ ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଓଡିଶା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ପୋଲିସ ଡିଜିପି ଆରପି ଶର୍ମା ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିିିତିରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଛନ୍ତି, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଳାଗି ପୁରୀରେ ସୁରକ୍ଷା ବ୍ୟବସ୍ଥା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡାକଡି କରାଯିବ ।

“ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ଆମେ ଏସମ୍ପର୍କରେ ବୈଠକ କରୁଛି । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଟିମ୍ ସହ ମଧ୍ୟ ବୈଠକ ଏନେଇ ଏକ ସମୀକ୍ଷା ବୈଠକ କରିବୁ”ୁ ବୋଲି ସେ ପ୍ରକାଶ କରିଛନ୍ତି ।

ଡିଜିପି ଆହୁରି ମଧ୍ୟ କହିଛନ୍ତି, କୌଣସି ପରିସ୍ଥିତିରେ ପୁରୀ ତଥା ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡାନ୍ ଲାଗି ଅନୁମତି ପ୍ରଦାନ କରାଯିବ ନାହିଁ । ଏହାବ୍ୟତିତ ରଥଯାତ୍ରା ଅବସରରେ ଭିଭିଆଇପିଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଉପରେ ଅଧିକ ପ୍ରାଥମିକତା ଦିଆଯିବ ।

Leave A Reply

Your email address will not be published.