Latest Odisha News

BREAKING NEWS

ଅଂଶୁଘାତ ଯୋଗୁଁ ଓଡ଼ିଶାରେ ୫ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ଅଂଶୁଘାତ ଯୋଗୁଁ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବଲାଙ୍ଗିର ଜିଲ୍ଲାରେ ଦିନ ଗୋଟାଏ ବେଳେ ଅଗଲପୁର ବ୍ଲକ ବାଡ଼ଟିକା ଗ୍ରାମର ଦେବାନନ୍ଦ ସାହୁ (୬୦) ରୁଗୁଡ଼ିଖଲା-ସମ୍ବଲପୁର ଜାତୀୟ ରାଜପଥ ନିକଟରେ ସଉଦା କରୁଥିବା ସମୟରେ ଅଚେତ ହୋଇ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ତାଙ୍କୁ ତୁରନ୍ତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ, ମାତ୍ର ଆଣିବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

ପୁରୀ ବଡ଼ଦାଣ୍ଡ ଦୁଧୱାଲା ଧର୍ମଶାଳା ନିକଟରେ ବ୍ରହ୍ମଗିରି ଏନଏସିର ଜଣେ ୱାର୍ଡ଼ ମେମ୍ବର ସୁରେନ୍ଦ୍ର କୁମାର ରଣସିଂହ (୪୦) ଅଚେତ ହୋଇପଡ଼ିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବେଳେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

କେନ୍ଦୁଝର ଜିଲ୍ଲା ବେଲବାହାଳି ଗ୍ରାମର ଜଣେ ବ୍ୟକ୍ତି ଛାତ ଉପରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଅଂଶୁଘାତ ହୋଇଥିଲା । ମୃତକ ଜଣକ ଧରଣୀଧର ସାହୁ ବୋଲି ଚିହ୍ନିତ ହୋଇଛନ୍ତି ।

ଏହାବ୍ୟତୀତ, ନୁଆପଡ଼ା ଜିଲ୍ଲାର ଜଣେ ବୃଦ୍ଧ ବ୍ୟକ୍ତି କେନ୍ଦୁପତ୍ର ତୋଳୁଥିବା ସମୟରେ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ଜିଲ୍ଲାର ଶମ୍ଭୁ ପ୍ରସାଦ ଦେହୁରୀ ନାମକ ଜଣେ ବ୍ୟକ୍ତିର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିପାରିଛି ।

Leave A Reply

Your email address will not be published.