Latest Odisha News

BREAKING NEWS

କଟକରେ ନିର୍ବାଚନ ପରବର୍ତ୍ତୀ ହିଂସା, ୫ ଆହତ

କଟକ : କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ପୋଖରୀ ଗ୍ରାମରେ ସୋମବାର ଦିନ ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ମହିଳାଙ୍କ ସମେତ ପରିବାର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ଆକ୍ରମଣକାରୀମାନେ ପରିବାରର ସଦସ୍ୟଙ୍କୁ ଠେଙ୍ଗାରେ ପିଟିଥିବା ନେଇ ସୁତ୍ରରୁ ପ୍ରକାଶ।

ଖବର ପାଇ ନିଆଳି ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଉକ୍ତ ଅଞ୍ଚଳରେ କୌଣସି ପ୍ରକାର ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.