Latest Odisha News

BREAKING NEWS

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି ପ୍ରକ୍ରିୟା

ଭୁବନେଶ୍ୱର : ଓଡିଶାରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ୍, ସିବିଏସଇ ଓ ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୀଘ୍ର ପ୍ରକାଶିତ ହୋଇଥିବାରୁ ଯୁକ୍ତ ୨ ଲାଗି ନାମଲେଖା ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ଜୁନ୍ ମାସ ଶେଷ ସପ୍ତାହ ମଧ୍ୟରେ ପ୍ରବେଶ ପ୍ରକ୍ରିୟା ସମାପ୍ତ ହେବାକୁ ଥିବାବେଳେ ଜୁଲାଇ ଦ୍ୱିତୀୟ ତଥା ତୃତୀୟ ସପ୍ତାହରୁ +୨ ଲାଗି ନିୟମିତ ପାଠପଢା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ତେବେ ଚଳିତ ବର୍ଷ ଯୁକ୍ତ ୨ରେ ନାମଲେଖା ଲାଗି କଟ୍-ଅଫ୍ ମାର୍କ ଗତବର୍ଷ ତୁଳନାରେ ହ୍ରାସ ପାଇବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.