Latest Odisha News

BREAKING NEWS

ପରସ୍ପରକୁ ଭେଟି ନାହାନ୍ତି ଅଥଚ କୋହଲି ଆଉ ଜୋକୋଭିଚ ଇନଷ୍ଟାଗ୍ରାମରେ ସାଜିଛନ୍ତି ଭଲ ବନ୍ଧୁ

ନୂଆଦିଲ୍ଲୀ: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଓ ଭାରତୀୟ କ୍ରିକେଟର ବିରାଟ କୋହଲି ପରସ୍ପରକୁ ଭେଟି ନାହାନ୍ତି । ଅଥଚ ଉଭୟ ଇନଷ୍ଟାଗ୍ରାମରେ ସାଜିଛନ୍ତି ଭଲ ବନ୍ଧୁ । ସୋସିଆଲ ମିଡିଆରେ ଜୋକୋଭିଚ ପ୍ରଥମେ କୋହଲିଙ୍କୁ ମେସେଜ କରିଥିଲେ । ଭାରତୀୟ କ୍ରିକେଟରଜଣଙ୍କ ପ୍ରଥମେ ଏହାକୁ ଫେକ ଆଇଡି ବୋଲି ଭାବିଥିଲେ । ଅନୁଧ୍ୟାନ କରିବା ପରେ ଏହା ଜୋକୋଭିଚଙ୍କ ଜାଣିବା ପରେ ସେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । କାରଣ କୋହଲି ମଧ୍ୟ ଜୋକୋଭିଚଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସୃଷ୍ଟି କରିବା ପାଇଁ ଚାହୁଁଥିଲେ । ଆଶା କରୁଛି ଖୁବ ଶୀଘ୍ର ଆମେ ଏକତ୍ର କଫି ପିଇବୁ ବୋଲି କୋହଲି କହିଛନ୍ତି ।

ଜୋକୋଭିଚଙ୍କ ଫିଟନେସ ସର୍ବଦା କୋହଲିଙ୍କୁ ପ୍ରଭାବିତ କରିଥାଏ । ସେ ସର୍ବଦା ତାଙ୍କ ଶୈଳୀ ଅନୁଧ୍ୟାନ କରିଥାନ୍ତି ବୋଲି କହିଛନ୍ତି । ମୁଁ ଏବେ କ୍ରିକେଟ ଶିଖୁଛି ବୋଲି ଜୋକୋଭିଚ କହିଛନ୍ତି । କ୍ରିକେଟ ବିଷୟରେ ଜ୍ଞାନ ଆହରଣ ନ କଲେ କୋହଲି ଏବଂ ଅନ୍ୟ କ୍ରିକେଟରଙ୍କ ଅବମାନନା ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.