Latest Odisha News

BREAKING NEWS

ରଣକ୍ଷେତ୍ର ପାଲଟିଲା ସଂସଦ; ବିରୋଧୀ ପକାଇଲେ ସ୍ମୋକ ଗ୍ରେନେଡ୍

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିଲା ସର୍ବିଆ ସଂସଦ। ସାଂସଦମାନେ ସର୍ବିଆ ସରକାରଙ୍କ କିଛି ନୀତିକୁ ବିରୋଧ କରି ପ୍ରତିବାଦ କରିଥିଲେ।ଏପରିକି ସଂସଦ ଉପରକୁ ସ୍ମୋକ ବମ୍ ଏବଂ ଅଣ୍ଡା ଫିଙ୍ଗିବା ଆରମ୍ଭ କରିଦେଇଥିଲେ। କେବଳ ଏତିକି ନୁହେଁ ସଂସଦରେ ବିରୋଧୀ ଦଳର ସାଂସଦମାନେ ମାଡପିଟ ମଧ୍ଯ ଆରମ୍ଭ କରିଦେଇଥିଲେ।

ଏପରିକି ସଂସଦରେ ଅନେକ ଲୁହ ବୁହା ଗ୍ୟାସ୍ ସେଲ୍ ମଧ୍ୟ ଫିଙ୍ଗାଯାଇଥିଲା। ଯାହା ଫଳରେ ଉତ୍ତେଜନା ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଶିକ୍ଷା ପାଇଁ ବଜେଟ୍ ବୃଦ୍ଧି କରିବାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିଲା। ସରକାର ବିଶ୍ୱବିଦ୍ୟାଳୟ ଶିକ୍ଷା ପାଇଁ ପାଣ୍ଠି ବୃଦ୍ଧି କରିବାକୁ ଚାହୁଁଥିଲେ। ଯେଉଁଥିରେ ସମସ୍ତ ସାଂସଦ ଏଥିରେ ଭୋଟ ଦେଇ ନିଜର ମତ ରଖିବାର ଥିଲା କିନ୍ତୁ ବିରୋଧୀ ଦଳର ସାଂସଦମାନେ ଏହି ଅଧିବେଶନକୁ ଅବୈଧ ବୋଲି କହିବା ସହ ହଙ୍ଗାମା ସୃଷ୍ଟି କରିଥିଲେ। ଏହା ଛଡା ପ୍ରାୟ ୪ ମାସ ପୂର୍ବରୁ ସର୍ବିଆରେ ଏକ ରେଳ ଷ୍ଟେସନର ଛାତ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଅଧିକ ବିବାଦ ଉପୁଜିଥିଲା।

ତେବେ ଏହିସବୁ ମଧ୍ଯରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସର୍ବିଆ ପ୍ରଧାନମନ୍ତ୍ରୀ ମିଲୋସ୍ ଭୁସେଭିକଙ୍କ ଇସ୍ତଫା ଦାବି କରିବା ସହ ପୁରା କ୍ୟାବିନେଟର ଇସ୍ତଫା ମଧ୍ଯ ଦାବି କରିଥିଲେ। ଯାହା ଫଳରେ ଉଭୟ ପକ୍ଷର ସାଂସଦଙ୍କ ମଧ୍ୟରେ ମାଡଗୋଳ ଆରମ୍ଭ ହୋଇଯାଇଥିଲା।

 

 

Comments are closed.