Latest Odisha News

BREAKING NEWS

ବୁଢାବଳଙ୍ଗରେ ବନ୍ୟା ଆଶଙ୍କା.. .

ଶିମିଳିପାଳ: ବାତ୍ୟା ‘ୟାସ୍‌’ ଛାଡିଗଲା ପରେ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପବନ ବି ବହିବାରେ ଲାଗିଛି । କିଛି ସ୍ଥାନରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ସେହିଭଳି ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗ ଜିଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ବୁଢାବଳଙ୍ଗ ଓ ଅନ୍ୟ ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ଦିନ ତମାମ ବର୍ଷା ଲାଗିରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢି ଯାଇଛି । ପାଣି ବଢୁଥିବାରୁ ସେହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେହିଭଳି ଶିମିଳିପାଳରେ ପ୍ରବଳରୁ ପ୍ରବଳ ବର୍ଷା ଯୋଗ ବାରିପଦାରେ ଫ୍ଲାସ ଫ୍ଲଡ ଆଶଙ୍କା କରାଯାଉଛି ।

ଏହି ପରିସ୍ଥିତି ନେଇ ବାରିପଦା ସହରରେ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ଏବେ ସୁଦ୍ଧା ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତଳ ମୁଣ୍ଡରେ ସ୍ଥିତି ଗମ୍ଭୀର ଥିବାରୁ ବୁଢାବଳଙ୍ଗରେ ବନ୍ୟା ଆସିପାରେ ବୋଲି ସତର୍କ କରାଯାଇଛି ।

Leave A Reply

Your email address will not be published.