Latest Odisha News

BREAKING NEWS

ଆସାମରେ ବନ୍ୟା ସଙ୍କଟ: ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ, ଅନେକ ପ୍ରଭାବିତ

ଗୌହାଟି: ଆସାମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବୋତ୍ତର ରାଜ୍ୟର ଅନେକ ଜିଲ୍ଲାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା କାରଣରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟର ଶିବସାଗର, ଦିବ୍ରୁଗଡ଼, ଜୋରହାଟ, ଗୋଲାଘାଟ, ଚରାଇଦେଓ, ଧେମାଜି, ତିନସୁକିଆ, ନାଗାଓଁ, ବିଶ୍ୱନାଥ, କାମରୂପ ଏବଂ କାର୍ବି ଆଙ୍ଗଲଙ୍ଗ ସମେତ ୧୬ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିପରି ୮୭୨ ଟି ଗ୍ରାମ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଜଳମଗ୍ନ । ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ବ୍ୟାପକ ଫସଲ ହାନି ହୋଇଛି, ଯାହା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି ।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । NDRF, SDRF ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଶତାଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇ ବନ୍ୟା ବିପନ୍ନଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.