Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ବନ୍ୟା ପାଣିରେ ବୁଡିବ ବିଶ୍ୱର ସର୍ବୋଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: ଚଳିତବର୍ଷ କେବଳ କରୋନା ନୁହେଁ ବରଂ ବର୍ଷା ଓ ବନ୍ୟା ବି ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସମଗ୍ର ବିଶ୍ୱରେ ପ୍ରତିଦିନ ସାମ୍ନାକୁ ଆସୁଛି ବନ୍ୟା ପରିସ୍ଥିତି । ସମତଳ ଅଂଚଳ କଥା ଛାଡନ୍ତୁ ଅଭିଶପ୍ତ ୨୦୨୦ରେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତୀ ମଧ୍ୟ ବନ୍ୟାପାଣିରେ ବୁଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ମାଉଣ୍ଟ ଏମେରେ ନିର୍ମିତ ୧୨୦୦ ବର୍ଷ ପୁରୁଣା ବୁଦ୍ଧ ମୂର୍ତ୍ତୀ । ଉଚ୍ଚତା ୨୩୩ ଫୁଟ୍ । ହେଲେ ବି ବୁଡିବ ବନ୍ୟା ପାଣିରେ । ବିଗତ ସାତ ଦଶନ୍ଧିରେ କେବେ ବି ଚାଇନାରେ ଥିବା ଲିସାନ୍ ବୃହତ ବୁଦ୍ଧ ପ୍ରତିମୂର୍ତ୍ତୀର ପାଦଦେଶକୁ ବନ୍ୟାପାଣି ଛୁଇଁପାରିନଥିଲା । ହେଲେ ତାଜା ସ୍ଥିତିରେ ଏପରି ବିପତ୍ତି ଦେଖାଦେଇଛି ।

ସିଚୁଆନ ଅଂଚଳରେ ଅବସ୍ଥିତ ଏହି ମୂର୍ତ୍ତୀକୁ ଏକ ବିରାଟକାୟ ପାହାଡକୁ କାଟି ନିର୍ମାଣ କରାଯାଇଥିଲା । ପାଣିଠାରୁ ବହୁ ଉଚ୍ଚରେ ଥିଲେ ବି ଏହି ମୂର୍ତ୍ତୀ ଏବେ ବିପଦଶଙ୍କୁଳ ଅବସ୍ଥାରେ । ବନ୍ୟାସ୍ଥିତି ପାଇଁ ସ୍ଥାନୀୟ ଅଂଚଳରୁ  ଲକ୍ଷେ ଲୋକଙ୍କୁ ଉଦ୍ଧାର କରାଯାଇଛି । ତା ଛଡା ମୂର୍ତ୍ତୀ ନିକଟରେ ହଠାତ୍ ପାଣି ମାଡିଆସିବା ଫଳରେ ୧୮୦ ଜଣ ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରିଛି ।

Leave A Reply

Your email address will not be published.