Latest Odisha News

BREAKING NEWS

ଓଟିଇଟି ପରୀକ୍ଷାରେ ବସିବାକୁ ଦାବି ନେଇ ଏଫଏମ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଫକିରମୋହନ ବିଶ୍ୱବିଦ୍ୟାଳୟର ବି.ଇ.ଡ଼ି ଓ ଏମ.ଇ.ଡ଼ି ଛାତ୍ରଛାତ୍ରୀମାନେ ଓଟିଇଟି ପରୀକ୍ଷାରେ ବସିବାକୁ ଦାବି କରି ଧାରଣାରେ ବସିରହିଛନ୍ତି ।

ଏହି ଛାତ୍ରଛାତ୍ରୀମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମଙ୍ଗଳବାର ଦିନ ଅନିର୍ଦ୍ଦିଷ୍ଟ କାଳ ଲାଗି ଧାରଣାରେ ବସିରହିଛନ୍ତି ।

ଏହି ଦାବିନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗତ ୫ ତାରିଖ ଦିନ ଭୁବନେଶ୍ୱରରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଏକ ର‌୍ୟାଲିର ଆୟୋଜନ କରିଥିଲେ । ଏହି ଆନ୍ଦୋଳନକାରୀମାନେ ରାଜ୍ୟ ଶିକ୍ଷାମନ୍ତ୍ରୀ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆନ୍ଦୋଳନରତ ଥିବାବେଳେ ତିନିଦିନ ମଧ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଆଶ୍ୱାସନା ପାଇବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ ।

ମାତ୍ର ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଏହି ଦାବୀ ପୂରଣ କରିବା ନେଇ ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରତ ରହିଛନ୍ତି ।

ଜିଲ୍ଲାପାଳ ବୁଧବାର ଦିନ ଏହି ଧାରଣାରତ ଛାତ୍ରଛାତ୍ରୀମାନଙ୍କୁ ବୁଝାବୁଝି କରିବା ସତ୍ୱେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠୁନାହାନ୍ତି । ଜିଲ୍ଲାପାଳଙ୍କ ଠାରୁ ଏହି ଦାବୀ ପୂରଣ ଲାଗି ଏକ ଲିଖିତ ପ୍ରତିଶ୍ରୃତି ପାଇବା ପରେ ହିଁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିବେ ବୋଲି କହିଛନ୍ତି ।

ଇତିମଧ୍ୟରେ ଗଣମାଧ୍ୟମକୁ ସୂଚନାଦେଇ ଏହି ଧାରଣାରତ ଛାତ୍ରଛାତ୍ରୀମାନେ କହିଛନ୍ତି, ଯଦି ସରକାର ଓଟିଇଟି ପରୀକ୍ଷାରେ ବସିବାକୁ ଅନୁମତି ପ୍ରଦାନ କରୁନାହାନ୍ତି ତେବେ କ’ଣ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବି.ଇ.ଡ଼ି ଓ ଏମ.ଇ.ଡ଼ି ପାଠ୍ୟକ୍ରମ ଚାଲୁ ରଖିଛନ୍ତି ।

Leave A Reply

Your email address will not be published.