Latest Odisha News

BREAKING NEWS

ମହାରାଷ୍ଟ୍ର ବିଧାନସଭାରେ ଶପଥ ନେଲେ ନୂଆ ବିଧାୟକ

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷିତ ହେବାର ଦୀର୍ଘ ଏକମାସ ପରେ ଆଜି ମହାରାଷ୍ଟ୍ର ବିଧାନସଭାରେ ଶପଥପାଠ କରିଛନ୍ତି ନୂତନ ଭାବେ ନିର୍ବାଚିତ ସମସ୍ତ ବିଧାୟକ । ବୁଧବାର ସକାଳ ୮ଟା ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଡ଼କାଇଥିଲେ ।

ଆଜି ସକାଳେ ବିଧାନସଭାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଅଧିବେଶନରେ ବିଜେପି, ଏନସିପି, ଶିବସେନା, କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ଏବଂ ନିର୍ଦ୍ଦଳୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ । ବିଧାନସଭାର କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ନୂତନ ବିଧାୟକମାନଙ୍କ୍ୁ ଶପଥପାଠ କରାଇଥିଲେ ।

ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ଏନସିପି ନେତା ଅଜିତ ପାୱାର, ନେତ୍ରୀ ସୁପ୍ରିୟା ସୁଲେ, ଶିବସେନା ଯୁବନେତା ତଥା ଭାବୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସମେତ ସବୁଦଳର ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.