Latest Odisha News

ବଜାରରେ ମିଳିଲା ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍, ଟିକା ନେବାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ୍ ୧୯ ଭାରିଆଣ୍ଟ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍  । ଏବେ ଘରୋଇ  ସଂସ୍ଥାରେ ମିଳିବ ଇଙ୍କୋଭାକ୍ । ୧୮ ବର୍ଷ କିମ୍ୱା ତଦୁର୍ଦ୍ଧ୍ୱ ବୟସ୍କ ଇଙ୍କୋଭାକ୍ ନାଜାଲ୍ ଡୋଜ୍ ନେଇପାରିବେ ।

ଦୁଇଟି ଡୋଜ୍ ପ୍ରଥମ ଟିକା ଓ ତୃତୀୟ ଡୋଜ୍ ପ୍ରିକସନ୍ ଡୋଜ୍ ଭାବେ ନିଆଯାଇପାରିବ । କୋଭାକ୍ସିନ କିମ୍ୱା କୋଭିସିଲ୍ଡରୁ ପ୍ରଥମ ଟିକା (୨ଟିଯାକ ଡୋଜ୍) ନେବାର ୬ ମାସ ପରେ ହିଁ ଏହାକୁ ନେଇପାରିବେ ।

ଜଣେ ନାକ ପଟେ ଏଥିରୁ ୦.୫ ଏମଏଲ୍ ଡୋଜ୍ ୮ ଡ୍ରପରେ ନେବେ । ଅର୍ଥାତ୍ ଗୋଟିକ ନାକରେ ୪ ଡ୍ରପ୍ ଲେଖାଏଁ ଡୋଜ୍ ଦିଆଯାଇପାରିବ । ଏହିପରି ପ୍ରଥମ ଡୋଜ୍ ନେଇସାରିଲେ ୨୮ ଦିନ ପରେ ୨ୟ ଡୋଜ୍ ନେବେ ।

ଏବଂ ଏହାର ୬ ମାସ ପରେ ପ୍ରିକସନ୍ ଡୋଜ୍ ନେବେ । କୋ-ଓ୍ୱିନ୍ ପ୍ଲାଟଫର୍ମରେ ଏନେଇ ତଥ୍ୟ ଦିଆଯାଇଛି ।

ପୂର୍ବରୁ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ କେବଳ ସରକାରୀ ସ୍ତରରେ ଉପଲବ୍ଧ ଥିଲା । ଶୁକ୍ରବାରଠୁ ଏହା ବଜାରରେ ଉପଲବ୍ଧ ନେଇ କୋଭିଡ୍ ସମ୍ପର୍କିତ ସରକାରୀ ଓ୍ୱେବସାଇଟ୍ କୋ-ଓ୍ୱିନ ଓ ଭାରତ ବାୟୋଟେକ୍ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.