Latest Odisha News

BREAKING NEWS

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘଟିଛି । ପୁଣେ ଏକ୍ସପ୍ରେସରେ ଯାତ୍ରୀ ଚଢ଼ିବା ଲାଗି ୧ ନମ୍ବରରୁ ୪ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ବେଳେ ଫୁଟ୍ ଓଭର ବ୍ରିଜର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ୨୦ ଜଣ ଯାତ୍ରୀ ତଳକୁ ଖସି ପଡ଼ିଥିଲେ ।

ତେବେ ଦୁର୍ଘଟଣା ବେଳେ ସେହି ଟ୍ରାକରେ ଟ୍ରେନ୍ ନ ଥିଲା । ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାର କୁପ୍ପମରେ ବଡ଼ ଧରଣର ରେଳ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା । ଏକ ଟ୍ରେନ୍ ଛିଡ଼ା ହୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା ।

Leave A Reply

Your email address will not be published.