Latest Odisha News

BREAKING NEWS

ଭାରତର ପ୍ରଥମ ମହିଳା ଆଇଓଏ ସଭାପତି ଦୌଡରେ ପିଟି ଉଷା

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି । ରବିବାର ସେ ଏ ନେଇ ଅନ୍ୟ ୧୪ଜଣଙ୍କ ସହ ନୋମିନେଶନ ପତ୍ର ଦାଖଲ କରିଛନ୍ତି । ଯଦି ସେ ଏଥିରେ ବିଜୟୀ ହୁଅନ୍ତି ତାହାହେଲେ ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ଦାୟିତ୍ୱ ତୁଲାଇବେ । ଆଇଓଏ ଇଲେକ୍ସନ ରିଟର୍ଣ୍ଣିଂ ଅଫିସର ଉମେଶ ସିଂ ଶୁକ୍ରବାର କିମ୍ବା ଶନିବାର କେହି ନୋମିନେଶନ କରି ନାହାନ୍ତି ବୋଲି କହିଛନ୍ତି । ରବିବାର ଓଭରାଲ ୨୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଇଓଏ ଦ୍ୱାରା ସଭାପତି(୧), ସିନିୟର ଉପ ସଭାପତି(୧), ଜଂଏଟ ସେକ୍ରେଟାରୀ( ୧ ପୁରୁଷ, ୧ ମହିଳା), କୋଷାଧ୍ୟକ୍ଷ (୧), ଓ ୨ ଜଂଏଟ ସେକ୍ରେଟାରୀ (୧ ପୁରୁଷ, ୧ମହିଳା) ପଦ ନେଇ ନିର୍ବାଚନ ହେବ । ସେହିପରି ୬ ଏକଜିକ୍ୟୁଟିଭ କାଉନ୍ସିଲ ମେମ୍ବର୍ସ ମଧ୍ୟରୁ ୨ଟି ଏସଓଏମ ଦ୍ୱାରା ନିର୍ବାଚନ ହେବ । ୨ଜଣ ଆଥଲେଟସ କମିଶନଙ୍କ ପ୍ରତିନିଧି ରହିବେ ।

୫୮ ବର୍ଷୀୟା ଉଷା ୧୯୮୪ ଅଲିମ୍ପିକ୍ସରେ ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ୪ର୍ଥ ସ୍ଥାନରେ ରହିଥିଲେ । ସେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଂଚିତ ହୋଇଥିଲେ । ଏହି ପୂର୍ବତନ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରଥମ ଥର ପାଇଁ ଏହି ନିର୍ବାଚନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.