Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରା ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶାରେ ପହଁଚିଲେ ଦିଗବିଜୟ, ଜୟରାମ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆୟୋଜନ କରାଯିବ । ସେନେଇ ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ  । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ସହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମରୀ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଚଳାଇଥିବାବେଳେ, ଓଡିଶାରେ ପଦଯାତ୍ରା କରିବାକୁ ଯୋଜନା କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ ।

ଆସନ୍ତାକାଲି ପୂର୍ବାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ବୈଠକରେ “ଭାରତ ଯୋଡୋ ଯାତ୍ରା- ଓଡିଶା” ସମ୍ପର୍କରେ ବିଚାର ବିମର୍ଶ କରାଯିବ । ଏହାପରେ ମଧ୍ୟାହ୍ନ ୧୨ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବେ ଜୟରାମ ରମେଶ ଏବଂ ଦିଗବିଜୟ ସିଂହ ।

ଏହା ସହ  ଗଣମାଧ୍ୟମ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.