Latest Odisha News

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।

ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଲିଗର ନାଁ ୱିମେନ୍ ପ୍ରିମିୟର ଲିଗ୍ ରଖା ଯାଇଛି । ଡବ୍ଲୁପିଏଲର ପ୍ରଥମ ସଂସ୍କରଣରେ ମୁମ୍ବାଇ, ଅହମଦାବାଦ, ବେଙ୍ଗଳୁରୁ, ଲକ୍ଷ୍ନୌ ଓ ଦିଲ୍ଲୀ ଆଦି ୫ଟି ଟିମ୍ ରହିଛନ୍ତି । ଏସବୁ ଟିମର ନିଲାମ କରାଯାଇଥିବା ବେଳେ ସବୁଠୁ ଅଧିକ ଟଙ୍କା ଅହମଦାବାଦ ଟିମ୍ ପାଇଁ ଲଗାଇଛି ଆଦାନୀ ଗ୍ରୁପ୍ । ସେହିଭଳି ମୁମ୍ବାଇ ଟିମକୁ କିଣିଛି ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ।

କେଉଁ ଦଳରେ ଲାଗିଛି କେତେ ଟଙ୍କା ?

ଆଦାନୀ ସ୍ପୋର୍ଟ୍ସ ଲାଇନ୍, ଅହମଦାବାଦ, ୧୨୮୯ କୋଟି

ଇଣ୍ଡିଆୱିନ୍ ସ୍ପୋର୍ଟ୍ସ, (ରିଲାଏନ୍ସ) ମୁମ୍ବାଇ, ୯୧୨.୯୯ କୋଟି

ରୟାଲ୍ ଚ୍ୟାଲେଞ୍ଜର୍ସ ସ୍ପୋର୍ଟ୍ସ, ବେଙ୍ଗଳୁରୁ, ୯୦୧ କୋଟି

ଜେଏସଡବ୍ଲୁ ଜିଏମଆର୍ କ୍ରିକେଟ, ଦିଲ୍ଲୀ, ୮୧୦ କୋଟି

କ୍ୟାପ୍ରି ଗ୍ଲୋବାଲ୍ ହୋଲ୍ଡିଂସ୍, ଲକ୍ଷ୍ନୌ, ୭୫୭ କୋଟି

ତେବେ ବିସିସିଆଇ ପକ୍ଷରୁ, ମହିଳା ପ୍ରିମିୟର ଲିଗର ମ୍ୟାଚ୍ ସୂଚୀ ଜାରି କରାଯାଇ ନାହିଁ । ପ୍ରଥମ ସଂସ୍କରଣରେ ୨୨ଟି ମ୍ୟାଚ୍ ଖେଳାଯିବାର ସମ୍ବାବନା ରହିଛି । ସବୁ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ମାର୍ଚ୍ଚ ୪ରୁ ୨୬ ଯାଏ ପ୍ରଥମ ସଂସ୍କରଣ ଖେଳାଯିବ ସମ୍ଭାବନା ରହିଛି । ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଜଣେ ଖେଳାଳିଙ୍କୁ ସର୍ବାଧିକ ୧୨ କୋଟି ଟଙ୍କାରେ ନିଲାମ ଡକାଯିବ । ଚାମ୍ପିଅନ୍ ଟିମକୁ ୬ କୋଟି, ରନର୍ସ ଅପ ଟିମକୁ ୩ କୋଟି ଓ ତୃତୀୟ ସ୍ଥାନରେ ରହୁଥିବା ଦଳକୁ ୧ କୋଟି ଟଙ୍କା ମିଳିବ ।

Comments are closed.