Latest Odisha News

BREAKING NEWS

ଦିନିକିଆରେ ସିରାଜ ହେଲେ ଏକ ନମ୍ବର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦଳର ଯୁବ ପେସ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତ । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ଯୋଗୁ ବିଶ୍ୱର ଏକ ନମ୍ବର ବୋଲର ହୋଇ ପାରିଛନ୍ତି । ଅଷ୍ଟ୍ରେଲିଆର ଜୋସ ହାଜେଲଉଡଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି । ସିରାଜ ୭୨୯ ର‌୍ୟାଙ୍କିଙ୍ଗ ପଂଏଟ ହାସଲ କରିଥିବା ବେଳେ ହାଜେଲଉଡ ୭୨୭ ପଂଏଟରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଆଫଗାନିସ୍ତାନର ରଶିଦ ଖାଁ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ବାଂଲାଦେଶର ଶକିବ ଉଲ ହାସନ, ପାକିସ୍ତାନର ଶାହୀନ ଆଫ୍ରିଦୀ, ବାଂଲାଦେଶର ମୁସ୍ତାଫିଜୁର ରେହମାନ ଓ ଆଫଗାନିସ୍ତାନ ରେହମାନ ଯଥାକ୍ରମେ ତୃତୀୟରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୪ଟି ଏବଂ ଶ୍ରୀଲଙ୍କା ବିରୋଧରେ ୯ଟି ୱିକେଟ ଅକ୍ତିଆର କରିଥିଲେ । କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ପଂଏଟ ହାସଲ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.