Latest Odisha News

BREAKING NEWS

ଏନଡିଏ ସରକାରରେ ବିରୋଧୀ ନେତାଙ୍କ ବିରୋଧରେ ୯୫% ଇଡି ରେଡ୍ କରିଛି, ୟୁପିଏ ସରକାରରେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିବିଆଇ ପରେ ଇଡି କେଉଁ ସରକାର ଅମଳରେ କେତେ ରେଡ୍ ହୋଇଛି ତାର ଏକ ରିପୋର୍ଟ ପ୍ରକାଶ କରିଛି ଇଂରାଜୀ ଦୈନିକ ଖବରକାଗଜ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ’। ଯେଉଁଥିରେ କୁହାଯାଇଛି ୨୦୧୪ରୁ ମୋଦୀ ସରକାର ଆସିବା ପରେ ବିରୋଧୀ ନେତାଙ୍କ ଉପରେ ଇଡି ରେଡ୍ ୯୫ ପ୍ରତିଶତ ବଢିଛି। ପୂର୍ବ ୟୁପିଏ ସରକାରର ରେକର୍ଡକୁ ଆଧାର କରି ସଂପୃକ୍ତ ଖବର କାଗଜ ଏହି ରିପୋର୍ଟ ପ୍ରକାଶ କରିଛି।

ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ମମତା ସରକାରର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପର୍ଯ୍ୟନ୍ତ ଅନେକ ବିରୋଧୀଦଳ ନେତା ଏବେ ଇଡି ପଞ୍ଝାରେ ଅଥନ୍ତି। ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜେରା କରିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଦାବି କରୁଛନ୍ତି ଯେ ସରକାର ଇଡିକୁ ବ୍ୟବହାର କରି ବିରୋଧୀଙ୍କୁ ଚୁପ କରିବାକୁ ପ୍ରୟାସ କରୁଛନ୍ତି। ଏହାକୁ ନେଇ ସଂସଦରେ ମଧ୍ୟ ହଟ୍ଟଗୋଳ ହୋଇଥିଲା। ର୍ଆଉ ଏବେ ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନେତାଙ୍କ ବିରୋଧରେ ଇଡି ଦ୍ୱାରା ରୁଜୁ ହୋଇଥିବା ମାମଲା ୪ ଗୁଣ ବୃଦ୍ଧି ପାଇଥିବା ଜଣାପଡିଛି।

ନଜର ପକାନ୍ତୁ: ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ବିଜେଡି ସମେତ ଏହି ସମସ୍ତ ଦଳର ନେତାଙ୍କ ଉପରେ ଇଡି ରେଡ୍

ଦ ଇଣ୍ଡିଆନ୍ ଏକ୍ପପ୍ରେସ ଦାବି କରିଛି ଯେ ୨୦୧୪ ମସିହାରୁ ୯୫% ନେତାଙ୍କ ବିରୋଧରେ ଇଡି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ୨୦୧୪ ମସିହାରୁ ଇଡି ରୁଜୁ କରିଥିବା ମାମଲାରେ ୨୪ଟି କଂଗ୍ରେସ, ୧୯ଟି ଟିଏମସି, ୧୧ଟି ଏନସିପି, ଶିବସେନାର ୮, ଡିଏମକେ ୬, ବିଜୁ ଜନତା ଦଳ ୬, ଆରଜେଡି ୫, ବିଏସପି ୫, ଏସପି ୫, ଟିଡିପି ୫, ଆପ୍ ୩, ଆଇଏନଏଲଡି ୩, ଓ୍ୱାଇଏସଆର କଂଗ୍ରେସ ୩, ସିପିଏମ୍ ୨, ନ୍ୟାଶନାଲ କନଫରେନ୍ସ ୨, ପିଡିପି ୨, ଆଇଏନଡି ୨, ଏଆଇଏଡିଏମକେ ୧, ମହାରାଷ୍ଚ୍ର ନବନିର୍ମାଣ ସେନା ୧, ଟିଆରଏସ ୧ ରହିଛି।

ମୋଦୀ ସରକାରରେ ଇଡି ରେଡ୍

୨୦୧୪ରୁ ଏଯାବତ ୧୨୧ ନେତା ଏବେ ଇଡି ସ୍କାନରରେ ରହିଛନ୍ତି। ଏଥିମଧ୍ୟରୁ ୧୧୫ ବିରୋଧୀ ଦଳର ନେତା। ୬ ଜଣ ବିଜେପି ଏବଂ ସହଯୋଗୀ ଦଳର ନେତା ରହିଛନ୍ତି। ଅର୍ଥାତ୍ ୯୫ ପ୍ରତିଶତ ବିରୋଧୀ ନେତାଙ୍କ ଉପରେ ଇଡି ରେଡ୍ କରିଛି।

ମନମୋହନ ସରକାରରେ ଇଡି ରେଡ୍

ସେହିପରି ୟୁପିଏ ସରକାର (୨୦୦୪-୧୪) ମଧ୍ୟରେ ୨୬ ନେତା ଇଡି ସ୍କାନରକୁ ଆସିଥିଲେ। ଯେଉଁଥିରେ ୧୪ ବିରୋଧୀ ଦଳର ନେତା ଥିଲେ ଏବଂ କଂଗ୍ରେସ ଓ ସହଯୋଗୀ ଦଳର ନେତାଙ୍କ ବିରୋଧରେ ୧୨ଟି ମାମଲା ରୁଜୁ ହୋଇଥିଲା। ଅର୍ଥାତ ୫୪ ପ୍ରତିଶତ ବିରୋଧୀ ନେତାଙ୍କ ବିରୋଧରେ ଇଡି ରେଡ୍ କରିଥିଲା।

Leave A Reply

Your email address will not be published.