Latest Odisha News

BREAKING NEWS

କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାର ଜବତ କଲା ବନ ବିଭାଗ, ଜଣେ ଗିରଫ

କାମାକ୍ଷାନଗର: କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାରକୁ ଜବତ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁର ଠେଙ୍ଗିଆମୁଣ୍ଡା ନିକଟରୁ ଏକ କେନ୍ଦୁକାଠ ବୋଝେଇ ପିକଅପ ଗାଡ଼ି ଏବଂ ଦାମୀ କାର ଜବତ ହୋଇଛି । ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ କାମାକ୍ଷାନଗର ଥାନା ବାଉଁଶପାଳ ଗାଁର କୁଶଭଦ୍ର ବିଶ୍ୱାଳ ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରୁ ଖବର ପାଇ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ ଠେଙ୍ଗିଆମୁଣ୍ଡା ନିକଟରେ କାଠ ବୋଝେଇ ଗାଡ଼ିକୁ ପିଛା କରି ଧରିଥିଲେ । କାରରେ କିଛି କାଠ ମାଫିଆମାନେ ପଳେଇଯାଉଥିବା ସମୟରେ ବନ ବିଭାଗ ଧରିଥିଲା । ଠେଙ୍ଗିଆମୁଣ୍ଡାରେ କାରଟି ଏକ ଗଛ ସହ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା । ମାତ୍ର କାର ଭିତରେ ଥିବା କାଠ ମାଫିଆମାନେ ଫେରାର ହୋଇଯାଇଥିଲେ ।

ବନ ବିଭାଗ ଉଭୟ କାଠ ବୋଝେଇ ପିକଅପ ଗାଡ଼ି ଓ କାରକୁ ଜବତ ରଖିଛି । ଜବତ କେନ୍ଦୁ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି କେନ୍ଦୁ କାଠଗୁଡ଼ିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଶୀଘ୍ର ଏହି କାଠମାଫିଆମାନଙ୍କ ପର୍ଦ୍ଦାଫାସ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.