Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୂର୍ବତନ ଏଆରସିଏସ୍‌

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର୍ କୋ-ଅପରେଟିଭ୍ ସୋସାଇଟି ବା ଏଆରସିଏସ୍‌ । ତାଙ୍କ ନାଁ ରାଜକିଶୋର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ପୁରୀ , ଭୁବନେଶ୍ୱର ସମେତ ବ୍ରହ୍ମଗିରି କଲେଜ ଛକ, ପୈତୃକ ବାସଭବନ, ବ୍ରହ୍ମଗିରି ଖଟ ପିରିଙ୍ଗି ଗାଁ ଆଦି ସ୍ଥାନରେ ଚଢାଉ ଜାରି ରହିଛି । ଏହି ରେଡରେ ସାମିଲ ଅଛନ୍ତି ଭିଜିଲାନ୍ସର ୭ ଜଣିଆ ଟିମ୍ । ରେଡ୍ ସରିବା ପରେ ଜଣା ପଡ଼ିବ ପୂର୍ବତନ ଏଆରସିଏସ୍‌ ରାଜକିଶୋର ପରିଡ଼ା କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave A Reply

Your email address will not be published.