Latest Odisha News

BREAKING NEWS

ଗିରଫ ହେଲେ ଅଭିଜିତ ମିତ୍ର, ଗୃହ କମିଟି ଆଗରେ କ୍ଷମା ମାଗିଲେ

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ପୂର୍ବରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଆଜି ବିଧାନସଭା ଗୃହ କମିଟିରେ ହାଜର ହେବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ପୂର୍ବରୁ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଆଜି ମଧ୍ୟ ଗୃହ କମିଟି ଆଗରେ କ୍ଷମା ମାଗିଛନ୍ତି । ତେବେ ଅଭିଜିତଙ୍କ ଲାଗି ଅଡୁଆ ଏବେ ବଢିଯାଇଛି । ଗୃହ କମିଟି ତାଙ୍କୁ ପୁନର୍ବାର ନଭେମ୍ବର ୨ତାରିଖରେ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ଅଭିଜିତଙ୍କ ପ୍ରସଙ୍ଗକୁ ନେଇ ଗଠିତ ହୋଇଥିବା ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, ଆସନ୍ତା ନଭେମ୍ବର ୨ ତାରିଖରେ ଅଭିଜିତ କମିଟି ଆଗରେ ସତ୍ୟପାଠ ଦାଖଲ କରିବେ । ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ପରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗୃହ କମିଟି ଅଧ୍ୟକ୍ଷ ।

ମିଳିଥିବା ବିଶେଷସୂତ୍ର ଅନୁସାରେ, ଆଜି ଗୃହ କମିଟି ଆଗରେ ଅଭିଜିତ ତାଙ୍କର ବକ୍ତବ୍ୟର ଆରମ୍ଭରେ କହିଥିଲେ “ଆଇ ଏମ ସରି ।” ସେ ଓଡ଼ିଶାର ଭାସ୍କର୍ଯ୍ୟ ତଥା ବିଭିନ୍ନ ଓଡ଼ିଶା ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟ ସମ୍ପର୍କରେ କ୍ଷମା ମାଗି କହିଥିଲେ, ନିଜର ନିର୍ବୋଧପଣିଆ ଯୋଗୁଁ ସେ ଏପରି କହିଦେଇଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.