Latest Odisha News

BREAKING NEWS

ହାତ ଧରିଲେ ବିଜୟ ପଟ୍ଟନାୟକ, କହିଲେ ‘ଓଡ଼ିଶାର ଭବିଷ୍ୟତ ପାଇଁ ରାଜନୀତିକୁ ଆସିଛି’

ନୂଆଦିଲ୍ଲୀ: ହାତ ଧରିଲେ ବିଜୟ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଦିଲ୍ଲୀ ଯାଇ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ଆଜି ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର ।

ସେ କହିଛନ୍ତି, ସରକାରରେ ଲୋକେ ଅସୁବିଧା ହେଲେ କାହା ପାଖକୁ ଯିବେ ବାଟ ପାଉ ନାହାଁନ୍ତି । ଲୋକଙ୍କ ପାଖକୁ ଯିବୁ । ଦବି ଯାଇଥିବା ସ୍ୱରକୁ ଶାଣିତ କରିବୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଜୀବନରେ ରାଜନୀତି କରିବା ଲକ୍ଷ୍ୟ ନଥିଲା । ଓଡ଼ିଶାର ଭବିଷ୍ୟତ ପାଇଁ ରାଜନୀତିକୁ ଆସିଛି, ମୋ ପାଇଁ ନୁହେଁ ।

ତେବେ ବିଜେଡିରେ ଯୋଗ ନ ଦେଇ କଂଗ୍ରେସରେ କାହିଁକି ସାମିଲ୍ ହେଲେ ବୋଲି ପ୍ରଶ୍ନରେ ବିଜୟ କହିଛନ୍ତି, ବିଜୁ ଜନତା ଦଳ ଏବେ ଭୋଟ୍ ସର୍ବସ୍ୱ । ଯେବେ ଯାଏ ଭୋଟ୍ ମିଳୁଛି ସେବେ ଯାଏ ସେମାନେ ଖୁସି । ଆଗକୁ ନିର୍ବାଚନ ଲଢ଼ିବେ କି ପ୍ରଶ୍ନରେ ସେ କହିଛନ୍ତି, ନିର୍ବାଚନ ଲଢ଼ିବା ନିଷ୍ପତ୍ତି ଏଆଇସିସି ନେବ ।

ବିଜୟଙ୍କ ଯୋଗ ଦାନ ଦଳକୁ ସୁଦୃଢ଼ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରଶାସନିକ ସେବାରେ ବିଜୟଙ୍କ ୪୦ ବର୍ଷର ଅଭିଜ୍ଞତା କାମରେ ଆସିବ । କଂଗ୍ରେସ ସୁଦୃଢ଼ ହେଉଛି । ନିର୍ବାଚନ ସହ ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରଣନୀତି କରିଛୁ । ଆଗକୁ ଆହୁରି ବୁଦ୍ଧିଜୀବୀ କଂଗ୍ରେସରେ ସାମିଲ୍ ହେବେ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

Leave A Reply

Your email address will not be published.