Latest Odisha News

BREAKING NEWS

ପରଲୋକରେ ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ

ସିମଲା: ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହ ଆଉ ନାହାନ୍ତି । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ସିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଓ ହସ୍ପିଟାଲରେ ଭୋର୍ ୩ଟା ୪୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୀରଭଦ୍ର ସିଂହ । ଗତ ଦୁଇ ମାସ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଦୁଇ ଦୁଇ ଥର କରୋନା ସଂକ୍ରମିତ ହୋଇଥିଲେ ବୀରଭଦ୍ର । ଗତ ଦୁଇ ଦିନ ହେବ ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ବେଶୀ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ବିୟୋଗରେ ହିମାଚଳପ୍ରଦେଶରେ ଶୋକର ଛାୟା ।
ରାଜନୀତିରେ ଏକ ଲମ୍ବା ଇନିଂସ ଖେଳିଛନ୍ତି ବୀରଭଦ୍ର ସିଂହ । ହିମାଚଳପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୯ ଥର ବିଧାୟକ ଥିଲେ ବୀରଭଦ୍ର ସିଂହ । ପାଞ୍ଚ ଥର ସାଂସଦ ନିର୍ବାଚିତ ହୋଇଥିଲେ । ମନମୋହନ ସିଂହ ସରକାରରେ ସେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ବି ହୋଇଥିଲେ ।

୬ ଥର ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ୧୯୮୩ରୁ ୧୯୯୦ ଯାଏ ଲଗାତାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୧୯୯୯୩ରୁ ୧୯୯୮, ୨୦୦୩ରୁ ୨୦୦୭, ୨୦୧୨ରୁ ୨୦୧୭ ମଧ୍ୟରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ । ବର୍ତ୍ତମାନ ସୋଲନ ଜିଲ୍ଲାର ଅରକିରୁ ବିଧାୟକ ଥିଲେ ବୀରଭଦ୍ର ସିଂହ ।

Leave A Reply

Your email address will not be published.