Latest Odisha News

୩୩ ବର୍ଷରେ ଆରପାରିକୁ ଚାଲିଗଲେ କ୍ରିକେଟର ଅଶ୍ୱିନ ଯାଦବ

ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ପେସ ବୋଲର ଅଶ୍ୱିନ ଯାଦବଙ୍କ ଆଜି ପରଲୋକ ହୋଇଯାଇଛି । ୩୩ ବର୍ଷୀୟ ଏହି ଯୁବ କ୍ରିକେଟର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ହୃଦଘାତ ଯୋଗୁ ଆରପାରିକୁ ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୩ ପୁଅ ଉପସ୍ଥିତ ଥିଲେ । ୨୦୦୭ରେ ପଞ୍ଜାବ ବିପକ୍ଷରେ ସେ ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଥିଲେ ।

ସେ ହାଇଦ୍ରାବାଦ ପକ୍ଷରୁ ୧୪ ପ୍ରଥମଶ୍ରେଣୀ ମ୍ୟାଚରେ ୩୪ ଉଇକେଟ ହାସଲ କରିଛନ୍ତି । ଦିଲ୍ଲୀ ବିପକ୍ଷରେ ସେ ୫୨ ରନରେ ୬ ଉଇକେଟ ହାସଲ କରି ସବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୨୦୦୯ରେ ସେ ଶେଷ ଥର ରଣଜୀ ମ୍ୟାଚ ଖେଳିଥିଲେ । ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ ପକ୍ଷରୁ ସେ ଖେଳିବା ଜାରୀ ରଖିଥିଲେ ।

Leave A Reply

Your email address will not be published.