Latest Odisha News

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁଷ ଟୀକା !

ମସ୍କୋ: ରୁଷ ଆଣିଛି ବିଶ୍ଵର ପ୍ରଥମ ଟୀକା । ସଂକ୍ରମଣର ପ୍ରତିହିତ ନିମନ୍ତେ ଟୀକା ଉତ୍ପାଦନ ଆରମ୍ଭ କରିଥିବା ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ଏହି ଟୀକା ଚଳିତ ମାସ ଶେଷ ସୁଦ୍ଧା ସର୍ବସାଧାଣଙ୍କ ପାଇଁ ଉପଲବ୍ଧ ହେବ।

ଦୁଇ ସପ୍ତାହ ମଧ୍ୟରେ କୋଭିଡ୍‌-୧୯ ଟିକା ଉତ୍ପାଦନ ଆରମ୍ଭ ହେବ ହେବ ବୋଲି ଗତ ବୁଧବାର ଦିନ ରୁଷ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରସ୍କୋ ଦେଇଥିବା ସୁଚନା ଦେଇଥିଲେ । ରୁଷ୍‌ରେ ଥିବା ଟିକା କାରଖାନାରୁ ଉତ୍ପାଦନ ହେବାକୁ ଥିବା ଏହି ଟିକା ପ୍ରଥମେ ରୁଷୀୟମାନଙ୍କ ଆବଶ୍ୟକତା ମେଣ୍ଟାଇବାକୁ ରୁଷ୍‌ ବଜାରକୁ ଛଡ଼ାଯିବ। ‌ଯଥେଷ୍ଟ ପରିମାଣର ଟିକା ଉତ୍ପାଦନ ହେବା ପରେ ଯାଇ ଅନ୍ୟାନ୍ୟ‌ ଦେଶକୁ ଟିକା ଛଡ଼ାଯିବ ବୋଲି ସେ କହିଥିଲେ ।

ସରକାରୀ ଅଧିକାରୀମାନଙ୍କ ସହ ଏକ ଅନ୍‌ଲାଇନ୍‌ ବୈଠକରେ ମଙ୍ଗଳବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍ ବିଶ୍ବର ପ୍ରଥମ ପଞ୍ଜିକୃତ କରୋନାଭାଇରସ୍ ବିରୋଧୀ ଟିକା ଘୋଷଣା କରିଥିଲେ। ଏହି ଟିକାର ନାଁ ଦିଆଯାଇଛି ‘ସ୍ପୁଟ୍‌ନିକ୍‌-୫’।

Leave A Reply

Your email address will not be published.