Latest Odisha News

BREAKING NEWS

ମହାନ ସ୍ପିନର ଚନ୍ଦ୍ରଶେଖର ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ସ୍ପିନର ଭାଗବତ ଚନ୍ଦ୍ରଶେଖର ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୭୫ ବର୍ଷୀୟ ଚନ୍ଦ୍ରଶେଖର ହଠାତ୍ କଥା କହି ପାରି ନ ଥିଲେ ଏବଂ ପଡି ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ସେ ପୂର୍ବାପେକ୍ଷା ଭଲ ଅଛନ୍ତି ବୋଲି କହିଛନ୍ତି । ତାଙ୍କୁ ହାଲକା ବ୍ରେନ ଷ୍ଟ୍ରୋକ ହୋଇଥିଲା ।

ସୂଚନାଯୋଗ୍ୟ, ଏହି ମହାନ ସ୍ପିନର ୧୬ ବର୍ଷ ଆନ୍ତର୍ଜାତୀୟ କ୍ୟାରିୟରରେ ୫୮ ଟେଷ୍ଟ ଖେଳି ୨୪୨ ଉଇକେଟ ଅକ୍ତିଆର କରିଥିଲେ । ୧୬ ଥର ୫ ଉଇକେଟ ଓ ୨ ଥର ମ୍ୟାଚରେ ୧୦ ଉଇକେଟ ହାସଲ କରିଛନ୍ତି । ସେ କେବଳ ଗୋଟିଏ ଦିନିକିଆ ମ୍ୟାଚ ଖେଳି ୩୬ ରନରେ ୩ ଉଇକେଟ ନେଇଥିଲେ । ସେ ସମୟରେ ନ ସ୍ପିନର ଇରାପଲ୍ଲୀ ପ୍ରସନ୍ନ, ଚନ୍ଦ୍ରଶେଖର ଓ ବିଶେନ ସିଂ ବେଦୀ ଭାରତୀୟ ବୋଲିଂ ବିଭାଗ ସମ୍ଭାଳୁଥିଲେ ।

Leave A Reply

Your email address will not be published.