Latest Odisha News

BREAKING NEWS

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ବର: ଆରପାରିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି । ଅସୁସ୍ଥ ହୋଇ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।

ଜୟ ନାରାୟଣ ଜଣେ କଂଗ୍ରେସର ଟାଣୁ ନେତା ଥିଲେ । ଛାତ୍ର ଅବସ୍ଥାରୁ ରାଜନୀତି ରେ ପାଦ ଥାପି ଥିବା ଜୟନାରାୟଣ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ୧୯୯୫ ଓ ୨୦୦୦ ମସିହାରେ କଂଗ୍ରେସ ଦଳରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୧୯ରେ ସେ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ବାଲେଶ୍ବର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.