Latest Odisha News

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡରେ ଜଣେ ମୃତ

ରାମଚନ୍ଦ୍ରପୁର ଥାନାରେ ଏତଲା ଦେଲେ ମୃତକଙ୍କ ଭାଇ

ଆନନ୍ଦପୁର :  ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ଗୁଳିମାଡରେ ଜଣଙ୍କର ମୃତ୍ୟ। ଅନ୍ୟଜଣେ ଗୁରୁତର ଅବସ୍ଥାରେ ସାଇଁକୁଳ ମେଡ଼ିକାଲ ରେ ଭର୍ତ୍ତି।  ବରପଦା ଠାରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଖଲଣା ଗାଁର ସୁନନ୍ଦ ସେଠି ଓ ଅଭିମନ୍ୟୁ ସେଠି ସେଠାକୁ ଯାଇ ଫେରିବା ବାଟରେ ୭ରୁ ୮ ଜଣ ଦୁର୍ବୃତ୍ତ ସଂଘବଧ୍ୟ ଭାବେ ସେମାନଙ୍କୁ  ଆକ୍ରମଣ କରିବା ସହିତ ଗୁଳି ମାଡ଼ କରିଥିଲେ। ଗୁଳି ମାଡରେ ସୁନନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭିମନ୍ୟୁ ଗୁରୁତର ଆହତ ହୋଇ ପ୍ରଥମେ ସାଇଁକୁଳ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।

ଏହାପରେ  ମୃତକଙ୍କ ଗୋଷ୍ଠୀର ଲୋକମାନେ ଗୁଳି କରିଥିବା ବ୍ୟକ୍ତିଙ୍କ ଘର ଓ ଗାଡ଼ି ପୋଡ଼ିଦେଇଛନ୍ତି। ରାଜନୈତିକ ଶତ୍ରୁତା ରୁ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଗାଁରେ ଘଟଣା କୁ ନେଇ ଉତେଜନା ଲାଗି ରହିଛି।  ମୃତକଙ୍କ ଭାଇ ମନ୍ମଥ ସେଠୀ ରାମଚନ୍ଦ୍ର ପୁର ଥାନାରେ ଅଭିଯୋଗ କରିଛନ୍ତି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।ଖଲଣା ଗ୍ରାମର ଗୋପୀନାଥ ଦଳାଇ ଙ୍କ ଘରୁ ଗାଡ଼ି ଓ ମୋବାଇଲ ପୋଲିସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.