Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସ୍ୱର୍ଗତଃ ମହାନ୍ତି କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ୫ମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟରେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସ ଟିକେଟରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେପରେ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଏହାବ୍ୟତିତ ସେ ଓଡିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରହିଥିଲେ ।

Leave A Reply

Your email address will not be published.